ବରଗଡ: ପୂର୍ଣି ବନ୍ଧ ପଡ଼ାରେ ଅନୁଷ୍ଠିତ ହେଲା ବାହୁଡ଼ା ଯାତ୍ରା
ବରଗଡ଼ ତଳି ପଡ଼ା ସ୍ଥିତ ପୂର୍ଣି ବନ୍ଧ ପଡାରେ ବାହୁଡା଼ ରଥଯାତ୍ରା ପାଳନ ହୋଇଯାଇଛି | ରବିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବରଗଡ଼ର ପୂର୍ଣି ବନ୍ଧ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନଙ୍କୁ ପୂଜା ଅର୍ଚନା କରି ବାହୁଡା଼ ଯାତ୍ରା ଆରମ୍ଭ କରାଯାଇଥିଲା | ବହୁ ଭକ୍ତ ରଥ ଟାଣିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ | ଭଜନ କୀର୍ତନ ସହ ମହାପ୍ରଭୁଙ୍କ ରଥଯାତ୍ରା କରାଯାଇଥିଲା | ମନ୍ଦିର ପୂଜକ ଓ ଭକ୍ତ ମାନେ ଉପସ୍ଥିତ ରହି ଭଗବାନଙ୍କୁ ପୂଜା ଅର୍ଚନା କରିଥିଲେ ।