କୁଚିଣ୍ଡା: କୁଚିଣ୍ଡା ଶ୍ରମିକ ଭବନ ଠାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ
କୁଚିଣ୍ଡା ଶ୍ରମିକ ଭବନ ଠାରେ ଓଡ଼ିଆ ସିନେମା ଓ ସଙ୍ଗୀତ ଜଗତର ବିଶିଷ୍ଟ କଳାକାର ସ୍ବର୍ଗତ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରେମଲତା ସିନେ ପ୍ରଡକ୍ସନ ଏବଂ ହ୍ୟୁମାନ ସାଗର ସ୍ମୃତି କମିଟି ଆନୁକୂଲ୍ୟରେ ଗୁରୁବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବୟୋଜ୍ୟେଷ୍ଠ କଳାକାର ସୁରଥ ନାୟକ ତଥା ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଅଭିନେତା ଓମ ପ୍ରସାଦ ପଟେଲ, ବିଭୂତି କଲ୍ୟାଣ ପଟେଲ ଓ ସଞ୍ଜୟ ପାତ୍ର ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ ସହିତ ସ୍ବର୍ଗତ କଳାକାରଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ।