ସୋର ଥାନା ଖଞ୍ଜାମାହାଲ ପଥର ଖାଦାନକୁ ବାଲେଶ୍ୱର ଉପ ଜିଲ୍ଲାପାଳ ଶିବ ମାଲବ୍ୟ ଅଚାନକ ଗ୍ରସ୍ତ କରିଥିବା ଜଣାପଡିଛି। ଖଞ୍ଜାମାହାଲ ପଥର ଖାଦାନ ଅଞ୍ଚଳରେ ୧୬୩ ଧାରାକୁ ଫୁ କରି ମାଫିଆ ମାନେ ପଥର ଚୋରି କରୁଥିବା ବେଳେ ପ୍ରଶାସନର ସବୁ ପ୍ରୟାସ ଫେଲ ମାରିଛି। ଗତ କିଛିଦିନ ତଳେ ଚୋରା ପଥର ଚାଲାଣ ରୋକିବାକୁ ବାଲେଶ୍ୱର ଜିଲ୍ଲାପାଳ ଏହି ଖାଦାନର ମୁଖ୍ୟ ରାସ୍ତାରେ ଏକ ପୁଲିସ କ୍ୟାମ୍ପ ବସାଇବା ସହିତ ୧୬୩ ଧାରା ଲାଗୁକରିଥିଲେ। ମାତ୍ର ମାଫିଆ ମାନେ ଖଣି ଅଧିକାରୀଙ୍କୁ ହାତ କରି ବେଆଇନ ପଥର ଚାଲାଣ କରୁଥିଲେ।ଉପ ଜିଲ୍ଲାପାଳ ଶିବ ମାଲବ୍ୟ ସୋର ତହସିଲ ଦାର ଦୈତାରି ମଲ୍ଲିକଙ୍କ ସହ ଚଢ଼ାଉକରିଥିଲେ।