Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota
image
image
image

ନିର୍ବାଚନ ମଣ୍ଡଳୀ ପୁନର୍ଗଠନରେ ‘ନୂତନ ଗନ୍ଦିଆ ନିର୍ବାଚନ ମଣ୍ଡଳୀ’ ଗଠନ ପାଇଁ ଦାବି ଉଠାଇବ ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ତା. ୧୭.୦୬.୨୦୨୬ (ବୁଧବାର) ପୂର୍ବାହ୍ନ ୧୧ ଘଟିକାରେ ଗନ୍ଦିଆ ସ୍ଥିତ ସମ୍ବିତ୍ ଇକୋ ଗାର୍ଡେନ ପରିସରରେ ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଏକ "ବନ୍ଧୁ ମିଳନ" କାର୍ଯ୍ୟକ୍ରମ ମଞ୍ଚର ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ନବୀନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗନ୍ଦିଆ ଓ ଢେଙ୍କାନାଳ ସଦର ବ୍ଲକର ଶତାଧିକ ଯୁବକ, ସାମାଜିକ କର୍ମୀ, ପୂର୍ବତନ ଓ ବର୍ତ୍ତମାନର ଜନପ୍ରତିନିଧି ଯୋଗଦେଇଥିଲେ। ବୈଠକରେ ଆଗାମୀ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ "ନୂତନ ଗନ୍ଦିଆ ନିର୍ବାଚନ ମଣ୍ଡଳୀ" ଗଠନ ପାଇଁ ଦୃଢ଼ ଦାବି ଉଠାଇବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ପ୍ରସ୍ତାବ ଗନ୍ଦିଆର ପୂର୍ବତନ ସରପଞ୍ଚ ଶ୍ରୀ ମଙ୍ଗରାଜ ବାରିକ ଉପସ୍ଥାପନ କରିଥିବା ବେଳେ ଷଡଙ୍ଗୀର ପୂର୍ବତନ ସରପଞ୍ଚ ତଥା ଷଡଙ୍ଗୀ ସେବା ସମବାୟ ସମିତିର ସଭାପତି ଏହାକୁ ସମର୍ଥନ କରିଥିଲେ। ବୈଠକରେ ମତ ପ୍ରକାଶ ପାଇଥିଲା ଯେ ପ୍ରସ୍ତାବିତ ଗନ୍ଦିଆ ନିର୍ବାଚନ ମଣ୍ଡଳୀ ଦାବିକୁ ସଫଳ କରିବା ପାଇଁ ସମସ୍ତ ରାଜନୈତିକ ଦଳ ଓ ସାମାଜିକ ସଂଗଠନଙ୍କୁ ନେଇ ଏକ ଆଞ୍ଚଳିକ ସଂଗ୍ରାମ ସମିତି ଗଠନ କରାଯିବ। ପୂର୍ବତନ ଗନ୍ଦିଆ ନିର୍ବାଚନ ମଣ୍ଡଳୀର ୯ଟି ପଞ୍ଚାୟତକୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ସାମିଲ କରାଯିବା ଫଳରେ ସ୍ଥାନୀୟ ଲୋକମାନେ ବିଭିନ୍ନ ପ୍ରଶାସନିକ ଓ ଜନପ୍ରତିନିଧିତ୍ୱ ଜନିତ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ବଣସିଂହ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଜଳଧର ବେହେରା ଉଲ୍ଲେଖ କରିଥିଲେ। ସେହି ୯ଟି ପଞ୍ଚାୟତକୁ ପୁନର୍ବାର ପ୍ରସ୍ତାବିତ ଗନ୍ଦିଆ ନିର୍ବାଚନ ମଣ୍ଡଳୀରେ ସାମିଲ କରିବା ପାଇଁ ସେ ଦାବି କରିଥିଲେ। ଏହି ପ୍ରସ୍ତାବକୁ ତରଭାର ପୂର୍ବତନ ସରପଞ୍ଚ ଶ୍ରୀ ପ୍ରସନ୍ନ ମଲ୍ଲିକ ସମର୍ଥନ କରିଥିଲେ। ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗନ୍ଦିଆ ଓ ଢେଙ୍କାନାଳ ସଦର ବ୍ଲକର ପ୍ରାୟ ୬୦ଟି ପଞ୍ଚାୟତରେ ଜିତିବା ସମ୍ଭାବନା ଥିବା ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଦେବା ପାଇଁ ଅନେକ ସଦସ୍ୟ ମତ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ସଭାପତି ଶ୍ରୀ ନବୀନ ନନ୍ଦ କହିଥିଲେ ଯେ ସମୟୋପଯୋଗୀ ଭାବେ ବିଚାରବିମର୍ଶ କରି ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସଭାପତି ଶ୍ରୀ ନନ୍ଦ ଯୁବ ସଦସ୍ୟମାନଙ୍କୁ ଗ୍ରାମାଞ୍ଚଳରେ ଦୁର୍ନୀତି, ସରକାରୀ ଅର୍ଥର ଅପବ୍ୟବହାର ଏବଂ ଅନିୟମିତତା ବିରୋଧରେ ସଚେତନ ରହି ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ଆହ୍ୱାନ ଦେଇଥିଲେ। ସେ ଆହୁରି ଘୋଷଣା କରିଥିଲେ ଯେ ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଖୁବ୍ ଶୀଘ୍ର ଏକ ସୋସିଆଲ ମିଡିଆ ଟିମ୍ ଏବଂ ଆର୍‌ଟିଆଇ (RTI) ଟିମ୍ ଗଠନ କରାଯିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ପୂର୍ବତନ ଓ ବର୍ତ୍ତମାନର ସରପଞ୍ଚ, ସମିତି ସଭ୍ୟ, ସମାଜସେବୀ ଏବଂ ଶତାଧିକ ଯୁବକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଉକ୍ତ କାର୍ଯକ୍ରମ କୁ ଯୁବ ସମାଜ ସେବି ଶ୍ରୀ ଟଙ୍କଧର ବାରିକ୍ ପରିଚାଳନା କରିଥିଲେ ଓ ଶ୍ରୀ ସରୋଜ କୁମାର ମହାଳିକ ଧନ୍ୟବାଦ୍ ଅର୍ପଣ କରିଥିଲେ

MORE NEWS

Dhenkanal Sadar, Dhenkanal | Jun 22, 2026

ଅନୁଗୁଳ ଠାରେ ପ୍ରମେୟ ନିଉଜ୭ ପକ୍ଷରୁ ଢେଙ୍କାନାଳ ଝିଅ ସମୀକ୍ଷା ନନ୍ଦ" ( ରିମା) କୁ 
ଟା ଇ କୋ ଣ୍ଡା ଖେଳ ରେ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ#public #dhenkanal #vairalvideo #facebookreelsviralviralシfypシ゚2026 #newsupdate

ଅନୁଗୁଳ ଠାରେ ପ୍ରମେୟ ନିଉଜ୭ ପକ୍ଷରୁ ଢେଙ୍କାନାଳ ଝିଅ ସମୀକ୍ଷା ନନ୍ଦ" ( ରିମା) କୁ ଟା ଇ କୋ ଣ୍ଡା ଖେଳ ରେ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ#public #dhenkanal #vairalvideo #facebookreelsviralviralシfypシ゚2026 #newsupdate

Dhenkanal Sadar, Dhenkanal | Jun 21, 2026

ଗଁଦିଆ ବେଗାଠାରେ ପୂର୍ବତନ ସରପଞ୍ଚ ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

ଆଜି ବେଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଗା, ବୈଦ୍ୟକଟେଣୀ, ନେହେଁଗ୍ରା, କରଡାବଣୀ, ବଡ଼ପୋଖରିଆ ଓ ପାଞ୍ଚକେଣ୍ଡୁ ଡିଲର ପଏଣ୍ଟରେ ସ୍ଥାନୀୟ ପଞ୍ଚାୟତ ସଭାପତି, ବୁଥ ସଭାପତି ଏବଂ ବୁଥ ପରିଚାଳନା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଥିଲା।

ଏହି ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ହିତାଧିକାରୀମାନେ ମୁଣ୍ଡପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ, ଯାହା ଗରିବ ଏବଂ ମଧ୍ୟବିତ୍ତ ପରିବାରମାନଙ୍କ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ଜନସାଧାରଣଙ୍କ କଲ୍ୟାଣ ପ୍ରତି ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ଏକ ଐତିହାସିକ ଓ ପ୍ରଶଂସନୀୟ ଉଦ୍ୟମ।

ଓଡ଼ିଶାବାସୀଙ୍କ ପ୍ରିୟ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ Mohan Charan Majhi i ଏବଂ ଢେଙ୍କାନାଳର ଜନପ୍ରିୟ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ Krushna Chandra Patra  ମହୋଦୟଙ୍କୁ ଏହି ଜନହିତକର ଯୋଜନା ପାଇଁ ହୃଦୟର ଗଭୀରତମ ପ୍ରଦେଶରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା।

#ମୁଖ୍ୟମନ୍ତ୍ରୀ_ଅନ୍ନପୂର୍ଣ୍ଣା_ଯୋଜନା #MohanMajhi #KrushnaChandraPatra #BegaPanchayat #Dhenkanal OdishaGovt FoodSecurity BJPOdisha

ଗଁଦିଆ ବେଗାଠାରେ ପୂର୍ବତନ ସରପଞ୍ଚ ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଆଜି ବେଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଗା, ବୈଦ୍ୟକଟେଣୀ, ନେହେଁଗ୍ରା, କରଡାବଣୀ, ବଡ଼ପୋଖରିଆ ଓ ପାଞ୍ଚକେଣ୍ଡୁ ଡିଲର ପଏଣ୍ଟରେ ସ୍ଥାନୀୟ ପଞ୍ଚାୟତ ସଭାପତି, ବୁଥ ସଭାପତି ଏବଂ ବୁଥ ପରିଚାଳନା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ହିତାଧିକାରୀମାନେ ମୁଣ୍ଡପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ, ଯାହା ଗରିବ ଏବଂ ମଧ୍ୟବିତ୍ତ ପରିବାରମାନଙ୍କ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ଜନସାଧାରଣଙ୍କ କଲ୍ୟାଣ ପ୍ରତି ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ଏକ ଐତିହାସିକ ଓ ପ୍ରଶଂସନୀୟ ଉଦ୍ୟମ। ଓଡ଼ିଶାବାସୀଙ୍କ ପ୍ରିୟ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ Mohan Charan Majhi i ଏବଂ ଢେଙ୍କାନାଳର ଜନପ୍ରିୟ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ Krushna Chandra Patra ମହୋଦୟଙ୍କୁ ଏହି ଜନହିତକର ଯୋଜନା ପାଇଁ ହୃଦୟର ଗଭୀରତମ ପ୍ରଦେଶରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା। #ମୁଖ୍ୟମନ୍ତ୍ରୀ_ଅନ୍ନପୂର୍ଣ୍ଣା_ଯୋଜନା #MohanMajhi #KrushnaChandraPatra #BegaPanchayat #Dhenkanal OdishaGovt FoodSecurity BJPOdisha

Dhenkanal Sadar, Dhenkanal | Jun 19, 2026