ଗଁଦିଆ ବେଗାଠାରେ ପୂର୍ବତନ ସରପଞ୍ଚ ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ
ଆଜି ବେଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଗା, ବୈଦ୍ୟକଟେଣୀ, ନେହେଁଗ୍ରା, କରଡାବଣୀ, ବଡ଼ପୋଖରିଆ ଓ ପାଞ୍ଚକେଣ୍ଡୁ ଡିଲର ପଏଣ୍ଟରେ ସ୍ଥାନୀୟ ପଞ୍ଚାୟତ ସଭାପତି, ବୁଥ ସଭାପତି ଏବଂ ବୁଥ ପରିଚାଳନା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଥିଲା।
ଏହି ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ହିତାଧିକାରୀମାନେ ମୁଣ୍ଡପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ, ଯାହା ଗରିବ ଏବଂ ମଧ୍ୟବିତ୍ତ ପରିବାରମାନଙ୍କ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ଜନସାଧାରଣଙ୍କ କଲ୍ୟାଣ ପ୍ରତି ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ଏକ ଐତିହାସିକ ଓ ପ୍ରଶଂସନୀୟ ଉଦ୍ୟମ।
ଓଡ଼ିଶାବାସୀଙ୍କ ପ୍ରିୟ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ Mohan Charan Majhi i ଏବଂ ଢେଙ୍କାନାଳର ଜନପ୍ରିୟ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ Krushna Chandra Patra ମହୋଦୟଙ୍କୁ ଏହି ଜନହିତକର ଯୋଜନା ପାଇଁ ହୃଦୟର ଗଭୀରତମ ପ୍ରଦେଶରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା।
#ମୁଖ୍ୟମନ୍ତ୍ରୀ_ଅନ୍ନପୂର୍ଣ୍ଣା_ଯୋଜନା #MohanMajhi #KrushnaChandraPatra #BegaPanchayat #Dhenkanal OdishaGovt FoodSecurity BJPOdisha
Dhenkanal Sadar, Dhenkanal | Jun 19, 2026