ପାରଳାଖେମୁଣ୍ଡି: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୦୦୧ ଦୀପ ପ୍ରଜ୍ଜ୍ୱଳନ ସହ ଦୀପାବଳୀ ପାଳିତ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ଦୀପାବଳୀ। ଛାତ୍ରଛାତ୍ରୀମାନେ ବିଶ୍ୱଶାନ୍ତି କାମନା କରି ଏକ ହଜାର ଏକ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।