ରେଢ଼ାଖୋଲ ଅଞ୍ଚଳରେ ଅପରାଧ ରୋକିବାକୁ ସଚେତନତା ବୈଠକ , ପ୍ରତିକ୍ରିୟା ଦେଲେ ଅତିରିକ୍ତ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ ମେହେର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଅପରାଧ ରୋକିବାକୁ ଶନିବାର ଅପରାହ୍ନରେ ଥାନା ଅଧିକାରୀ ଚନ୍ଦ୍ର ମହୋନ ସିଂ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ବିଭିନ୍ନ ହୋଟେଲ ଢ଼ାବା ଓ ପେଟ୍ରୋଲ ପମ୍ପ ମାଲିକ ମାନଙ୍କୁ ନେଇ ବୈଠକ ହୋଇଥିଲା। ଅପରାଧୀ ମାନେ ହୋଟେଲ ଢ଼ାବା ରେ ଖାଉଥିବା କିମ୍ବା ଅନ୍ୟ କୌଣସି ସ୍ଥାନରେ ଦେଖିଲେ ବା କୋୖଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ପୋଲିସ କୁ ଜଣାଇବାକୁ ଆଲୋଚନା ହୋଇଥିଲା ।