ନୂଆଗାଁ ବ୍ଲକରେ ଥିବା ଆଇସିଡିଏସ କାର୍ଯ୍ୟାଳୟ ଅନ୍ତର୍ଗତ ଆମ ଅଙ୍ଗନୱାଡ଼ି କେନ୍ଦ୍ର ପାହାନଟୋଲାଠାରେ ଗ୍ରାମପଞ୍ଚାୟତସ୍ତରୀୟ କିଶୋରୀ ମେଳା ପାଳିତ ହୋଇଯାଇଛି।ସୁପରଭାଇଜର ବୁଧନି କୁନକେଲଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏଥିରେ ୧୦ଟି ଅଙ୍ଗନୱାଡ଼ି କେନ୍ଦ୍ରରୁ ବାଳିକାମାନେ ଆସି ଅଂଶ ଗ୍ରହଣ କରିଥିଲେ।