ସଦର: ସଶକ୍ତ ନାରୀ ସଶକ୍ତ ଦେଶ " କାର୍ଯ୍ୟକ୍ରମ " ଭବାନୀପାଟଣା ବିକାଶ ନର୍ସିଂ କଲେଜ ତରଫରୁ କଳାହାଣ୍ଡି ର ବିଭିନ୍ନ ଅଞ୍ଚଳରେ ସଚେତନ ।
ମହିଳା ସଶକ୍ତ ହେଲେ ଦେଶ ସଶକ୍ତ ହେବ ଏହି ନାରା ଚାରିଆଡ଼େ ଗୁଞ୍ଜରିତ ହେଲା। ସେହି ନାରା କୁ ଆଉ ଏକ ପାଦ ଆଗେଇ ନେବାରେ ସହାୟକ ସାଜିଛି କଳାହାଣ୍ଡି ଜିଲ୍ଲାର ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବିକାଶ ନର୍ସିଂ କଲେଜ୍। ଏହି କଲେଜ୍ ର ଛାତ୍ରଛାତ୍ରୀ ମାନେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁ କୁ ଯାଇ ପଥ ପ୍ରାନ୍ତ ନାଟକ ମାଧ୍ୟମ ରେ ଗ୍ରାମାଞ୍ଚଳ ର ମହିଳା ମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଶିକ୍ଷା,ସ୍ୱାସ୍ଥ୍ୟ ଓ ସମାଜ ର କୁସଂସ୍କାର କୁ ନେଇ ସଚେତନ କରୁଥିବା ବେଳେ ଆଜି ପ୍ରଥମ ପଯ୍ୟାୟ ରେ କଳାହାଣ୍ଡି ଜିଲ୍ଲାର ୧୦ ଗୋଟି ଗ୍ରାମ ପଞ୍ଚାୟତ ରେ ଏଭ