Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Haryana

ଦେବଗଡ: ଅନନ୍ୟ ପରମ୍ପରାରେ ଦେବଗଡ ବାହୁଡାଯାତ୍ରା, ରଥାଋଢ ହେଲେ ଚତୁର୍ଦ୍ଧା ବିଗ୍ରହ

ଅନନ୍ୟ ପରମ୍ପରାରେ ଦେବଗଡ ବାହୁଡାଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ନିଜ ମନ୍ଦିର ଅଭିମୁଖେ ମହାପ୍ରଭୁ ବାହାରି ଯାଇଛନ୍ତି । ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ଅଣାଯାଇ ବଡଦାଣ୍ଡରେ ଚତୁର୍ଦ୍ଧା ବିଗ୍ରହଙ୍କୁ ରଥାଋଢ କରାଯାଇଛି । ଦେବଗଡ (ବାମଣ୍ଡା) ଯୁବରାଜ ନମନ ଗଙ୍ଗଦେବ ଏବଂ ରାନେଶ ଗଙ୍ଗଦେବଙ୍କ ଉପସ୍ଥିତିରେ ବଡପଣ୍ଡା ସନ୍ତୋଷ ନାୟକ ଛେରାପହଁରା କଲା ପରେ ପ୍ରଥମେ ସୁଦର୍ଶନ, ଦ୍ୱିତୀୟରେ ବଡଭାଇ ବଳଭଦ୍ର, ପରେ ମା ସୁଭଦ୍ରା ଏବଂ ଶେଷରେ ଜଗନ୍ନାଥଙ୍କୁ ପହଣ୍ଡିରେ ଅଣାଯାଇ ରଥାଋଢ କରାଯାଇଥିଲା ।

MORE NEWS