ବୋରିଗୁମ୍ମା- କ୍ଷତି ପୂରଣ ଦାବି ପାଇଁ ୯ଘଣ୍ଟା ଧରି ଅଟକିଲା ଶବ।
କୋଟପାଡ଼ ଥାନା ଚିତ୍ରା ନିକଟରେ ସଡ଼କ ଦୁର୍ଘଟଣା ରେ ମୃତ୍ୟ ହୋଇଥିବା ବ୍ୟକ୍ତିଙ୍କ ଶବ କୁ ମେଡିକାଲ ରଖି କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ। ଗତ ମଙ୍ଗଳବାର ଦିନ ବାଣ୍ଡିଗୁଡ଼ା ଗାଁ ର ରତ୍ନାକର ଗାଦବା ନାମକ ବ୍ୟକ୍ତି ମିସ୍ତ୍ରୀ କାମରେ ବାଇକ ଯୋଗେ ଗୀର୍ଲା ଯାଇ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସି ଅନ୍ୟ ଏକ ବାଇକ ଧକ୍କା ଦେଇଥିଲା ଫଳରେ ରତ୍ନାକର ଙ୍କୁ ଗଭୀର ଆଘାତ ଲାଗିଥିଲା ତୁରନ୍ତ କୋଟପାଡ଼, ଜୟପୁର ପରେ ଭୁବନେଶ୍ୱର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତ କାଲି ବିଶାଖାପାଟଣା ମେଡ଼ିକାଲ କୁ ସ୍ଥାନାନ୍ତରିତ କରିବା ବେଳେ ବାଟରେ ରତ୍ନାକରଙ୍କ ମୃତ୍ୟୁ ହଇଥିଲା।