ବୌଦ୍ଧ ସଦର: ବଡ଼ ସୁବୁଲିଆ ନାଳରେ ଚାଲିଥିବା ମହୁଲି ମଦ ତିଆରି ଆଡାରେ ଅବକାରୀ ଚଢ଼ାଉ କରି ମହୁଲ ପୋଚ ସହିତ ମଦକୁ ଜବତ କରି ନଷ୍ଟ
ଆଜି ସନ୍ଧ୍ୟା ୭.୩୦ସମୟରେ ହରଭଙ୍ଗା ଅବକାରୀ ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ହରଭଙ୍ଗା ଅବକାରୀ ପୋଲିସ ବେଆନ ମହୁଲି ମଦ ରନ୍ଧା ଯାଉଥିବା ଜାଣି ସକାଳ ୧୧. ୩୦ସମୟରେ, ବୌଦ୍ଧ ଥାନା ଅନ୍ତର୍ଗତ ବଡ଼ ସୁବଳୟା ଗ୍ରାମ ନାଳରେ ବେଆନ ମହୁଲି ମଦ ରନ୍ଧା ଆଡାରେ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ୫୦୦କେଜି ମହୁଲ ପୋଚ ସହିତ ୪୦ଲିଟର ରନ୍ଧା ମହୁଲି ମଦକୁ ଜବତ କରି l ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି l ଏନେଇ ୧୧୫/୨୦୨୫-୨୬ରେ ମାମଲା ରୁଜୁ କରାଯାଇଛି l