ରଣକୋଠା PRF ବଡ଼ପାହି ନିକଟରୁ ୫ ଟି ଓରାଙ୍ଗଓଟାନ କୁ ଠାବ କଲେ ଉଦୟପୁର ବନବିଭାଗ । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ନେଇଥିବା ସୂଚନା । ସକାଳୁ ସକାଳୁ ଉଦୟପୁର ବନବିଭାଗର ଏକ ଟିମ ରଣକୋଠା PRF ଅଞ୍ଚଳରେ ପ୍ରେଟଲିଂ କରୁଥିବା ବେଳେ ଏହି ୫ ଟି ଓରାଙ୍ଗଓଟାନ କୁ ଦେଖିବାକୁ ପାଇ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ । ସଂଗେ ସଂଗେ ବନବିଭାଗ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସେମାନଙ୍କୁ ଠାବ କରିବାରେ ସଫଳ ହୋଇଥିଲେ । ତେବେ ଏହି ୫ ଟି ଓରାଙ୍ଗଓଟାନ କୋଉଠୁ ଆସିଲା କେମିତି ଏହି PRF ରେ ପହଁଚିଲା ତାକୁ ନେଇ ଅଧିକ ତଦନ୍ତ କରୁଛି ବନବିଭାଗ । ଭୋଗରାଇ ଅଞ୍ଚଳରେ ଏହି ଓରାଙ୍ଗଓଟାନ ଗୁଡିକ ପ୍ରଥମ କରି ସମସ୍ତଙ୍କ ନଜରକୁ ଆସିଥିବା ବେଳେ ଏହାକୁ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ।