ବିଶ୍ୱ ସାହିତ୍ୟ ମଞ୍ଚର ସର୍ବୋଚ୍ଚ ସମ୍ମାନ — ନୋବେଲ ପୁରସ୍କାର। ଏହି ପୁରସ୍କାରପ୍ରାପ୍ତ ସାହିତ୍ୟିକଙ୍କ କୃତି ଓ ଚିନ୍ତାଧାରା ବିଷୟରେ ଅବଗତ ହେବା ପ୍ରତ୍ୟେକ ସାହିତ୍ୟ ପ୍ରେମୀଙ୍କ ପାଇଁ ଅତ୍ୟାବଶ୍ୟକ। ବର୍ତ୍ତମାନ ବର୍ଷର ନୋବେଲ ବିଜେତା ଲାରିଲୋ କ୍ରାଜନାହୋରକାଇଙ୍କ ସାହିତ୍ୟିକ ଯାତ୍ରା ଉପରେ ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିରର ଇଂରାଜୀ ବିଭାଗ ଦ୍ୱାରା ଏକ ବିମର୍ଶ ଆୟୋଜିତ ହେଲା। କାର୍ଯ୍ୟକ୍ରମରେ ଡ଼. ଅରବିନ୍ଦ କୁମାର ଓଝା ସଭାପତିତ୍ୱ କଲେ ଓ ବିଭାଗୀୟ ମୁଖ୍ୟ ସଲୋମନ କୁମାର ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମ ଆରମ୍ଭ କଲେ।