ଦିଗପହଣ୍ଡି: ଓଡ଼ିଶା ଉପକୂଳରୁ ମିଳିଲା ନୂତନ ପ୍ରଜାତିର ମାଛ, ଜାଣନ୍ତୁ କ'ଣ ଏହାର ବିଶେଷତ୍ବ
ଗୋପାଳପୁର ଜେଡ ଏସ ଆଇ ପକ୍ଷରୁ 'ବାଥିମାଇରସ ପରପ୍ଲେକସସ' ନାମକ ନୂତନ ମାଛ ପ୍ରଜାତି ଚିହ୍ନଟ ହୋଇଛି। ଦୁଇ ହଜାର ଏକୋଇଶରୁ ଦୁଇ ହଜାର ପଚିଶ ମଧ୍ୟରେ ଏହାର ୩୨ଟି ନମୁନା ମିଳିଥିଲା। ଡି ଏନ ଏ ପରୀକ୍ଷା ପରେ ଏହାକୁ ନୂତନ ପ୍ରଜାତି ଭାବେ ସ୍ୱୀକୃତି ମିଳିଛି। ଏହି ମାଛ ବିଷାକ୍ତ ନୁହେଁ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି।