ଜଙ୍ଗଲରେ ଏକ ଝୁଲନ୍ତା କଣ:
ବାଲେଶ୍ବର ଜିଲ୍ଲା, ନୀଳଗିରି ବ୍ଲକ ବରହମପୁର ଥାନା ଅଧିନ ମାଟିଆଳି ଏମଇ ସ୍କୁଲ ପଛ ଜଙ୍ଗଲରେ ଆକାଶିଆ ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ। ଲୁଗାରେ ବନ୍ଧା ହୋଇ 5/7 ଦିନରୁ ଝୁଲୁଛି ମୃତଦେହ। ଗଳିତ ମୃତଦେହ ହୋଇଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ପାର୍ଶ୍ୱବର୍ତ୍ତୀ ଅଞ୍ଚଳ। ଆଜି ଜଙ୍ଗଲକୁ କିଛି ଲୋକ ଯାଇଥିବା ବେଳେ ମୃତଦେହ ଦେଖି ପୋଲିସକୁ ଖବର ଦେବା ପରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।