ରାଉରକେଲା ମ୍ୟୁନିସିପାଲଟି: ଉଦିତନଗର ସିଭିଲ ସେସନ କୋର୍ଟରେ "ରାଷ୍ଟ୍ରୀୟ ଲୋକ ଅଦାଲତ" ଅନୁଷ୍ଠିତ ହୋଇ ଯାଇଛି...
ମାର୍ଚ୍ଚ ୧୪ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଉଦିତନଗର ସ୍ଥିତ ସିଭିଲ ଏବଂ ସେସନ କୋର୍ଟ ଠାରେ "ତାଲୁକ ଲିଗାଲ ସର୍ଭିଶେଷ କମିଟି" ଦ୍ୱାରା ଆୟୋଜିତ" ରାଷ୍ଟ୍ରୀୟ ଲୋକ ଅଦାଲତ"ରେ ମୋଟର ଦୁର୍ଘଟଣା, ବିଦ୍ୟୁତ କମ୍ପାନୀ ଏବଂ ବି.ଏସ.ଏନ.ଏଲ. କମ୍ପାନୀ ଦ୍ୱାରା ପ୍ରତାରିତ, ବୈବାହିକ ବିବାଦ, ବ୍ୟାଙ୍କ ଡକାୟତି ସମ୍ବନ୍ଦୀୟ କେସ ଭଳି ବିଭିନ୍ନ କେସରେ କମ୍ପାନୀ ମାନଙ୍କ ଦ୍ୱାରା ହଇରାଣ ହୋଇଥିବା ଜନତାଙ୍କୁ ଏହି ଅଦାଲତ ଜରିଆରେ ପ୍ରାୟ ୭ କୋଟି ୬୫ ଲକ୍ଷ ପାଖାପାଖି ପ୍ରାପ୍ୟ ପ୍ରଦାନ କରାଯିବା ପାଇଁ ମାନ୍ୟବର କୋର୍ଟ ଆଦେଶ ପ୍ରଦାନ କରିଥିଲେ...