ବାରିପଦା ସଦର ଥାନା ପୁଲିସ ଦ୍ଵାରା ମଙ୍ଗଳବାର ବେଆଇନ ମଦ ଜବତ କରାଯାଇଛି। ପୁଲିସ ଚଢ଼ାଉ କରି ମହୁଲିଆ ଛକରୁ ୫ଲିଟର ଦେଶୀ ମଦ ଜବତ ସହ ମହୁଳିଆ ଗ୍ରାମର ଛୋଟରାୟ ସିଂ (୩୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବେଆଇନ ମଦ କାରବାରକୁ ନେଇ ବାରିପଦା ସଦର ଥାନାରେ ଏକ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।