ସୋର: ସୋର ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରରୁ ବନ୍ଧୁକ ସହ ଜଣେ ଯୁବକକୁ ଧରିଲା ସୋର ପୁଲିସ
Soro, Balasore | Dec 18, 2025 ସୋର ପୌର ପାଳିକା ଅନ୍ତର୍ଗତ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ଜଣେ ଯୁବକଙ୍କ ନିକଟରେ ବନ୍ଧୁକ ଦେଖି ଲୋକେ ଭୟଭିତ ହେବା ସହିତ ସମ୍ପୃକ୍ତ ଯୁବକକୁ ଧରି ସୋର ପୁଲିସକୁ ସ୍ଥାନୀୟ ଲୋକେ ଜିମା ଦେଇଛନ୍ତି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ସୋର ଥାନା ଋଷୋ ଗ୍ରାମର ହେମନ୍ତ ସାହାଣୀ ସୋର ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିବା ବେଳେ ତାଙ୍କ ନିକଟରେ ଏକ ବନ୍ଧୁକ ଦେଖି ଆହାର କେନ୍ଦ୍ର କର୍ମଚାରୀ ସମେତ ଲୋକେ ଛାନିଆ ହୋଇ ଯାଇଥିଲେ।ଏହା ଜାଣିବା ପରେ ହେମନ୍ତ ସେଠାରେ ଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରାଇଥିଲେ।ଫଳରେ ସ୍ଥାନୀୟଲୋକେ ତାଙ୍କୁ ଅଟକ ରଖିଥିଲେ