ସମ୍ବଲପୁର ମ୍ୟୁନିସିପାଲଟି: ଜିଏମ ବିଶ୍ଵବିଦ୍ୟାଳୟ ଜଣେ ଛାତ୍ରୀଙ୍କୁ ପ୍ରଫେସରଙ୍କ ନିର୍ଯ୍ୟାତନା ଘଟଣାରେ ଅଭିଯୁକ୍ତ ପ୍ରଫେସରଙ୍କୁ ଗିରଫ କଲା ମହିଳା ଥାନା ପୋଲିସ୍
ସମ୍ବଲପୁର ଜିଏମ ବିଶ୍ଵବିଦ୍ୟାଳୟ ଠାରେ ଜଣେ ଛାତ୍ରୀଙ୍କୁ ପ୍ରଫେସର ପକ୍ଷରୁ ନିର୍ଯ୍ୟାତନା ଦିଆଯାଇଥିବା ନେଇ ବଡ଼ ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ ସମ୍ବଲପୁର ମହିଳା ଥାନାରେ ଲିଖିତ ଅଭିଯୋଗ ହେବାପରେ ମହିଳା ଥାନା ପୋଲିସ ପକ୍ଷରୁ ଆଜି ସଂପୃକ୍ତ ସହକାରୀ ପ୍ରଫେସରଙ୍କୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତ ସହକାରୀ ପ୍ରଫେସର ଜଣକ ହେଉଛନ୍ତି ଜିଏମ ବିଶ୍ଵବିଦ୍ୟାଳୟର ଶିକ୍ଷାବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନା।ତେବେ ଅଭିଯୋଗ ପରେ ଏନେଇ ଆସିଷ୍ଟାଣ୍ଟ ପ୍ରଫେସର ଗୋପୀନାଥ ସୁନା ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ଆଜି ସୁଚନା ଦିଆଯାଇଛି।