ଆଜି ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପବିତ୍ର ମହେନ୍ଦ୍ରଗିରି ଠାରେ ଚାଲିଥିବା ମହେନ୍ଦ୍ର ମେଳାରେ ଆଜି ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମାନ୍ୟବର ଖଣି,ଇସ୍ପାତ,ଗମନାଗମନ, ପରିଵହନ ମନ୍ତ୍ରୀ ଆଦରଣୀୟ ଵିଭୁତି ଭୁଷଣ ଜେନା ଭା,ରାଜ୍ୟର ସମ୍ମାନିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଆଦରଣୀୟ ଶ୍ରୀ ସୁରେଶ ପୂଜାରୀ ଭାଇ ଉପସ୍ଥିତ ରହି ମହାପ୍ରଭୁ ମହେନ୍ଦ୍ରେଶ୍ୱରଙ୍କ ଦର୍ଶନ କରିବା ସହ ସାଧୁ, ସନ୍ଥ ଓ ପଣ୍ଡିତ ମାନଙ୍କ ଆଶୀର୍ବାଦ ଭିକ୍ଷ୍ୟା କଲେ ଏଵଂ ଜଗତର କଲ୍ୟାଣ ପାଇଁ ଦେଵାଧିଦେବ ମହାଦେବଙ୍କୁ ଵିଧି ପୂର୍ବକ ପୂଜାର୍ଚନା କଲେ🙏
ଏହି ଅବସରରେ ହଜାର ହଜାର ଶ୍ରଧାଳୁଙ୍କ ଭିଡ଼ ଭିତରେ, ସାଧୁ ଓ ସନ୍ଥଙ୍କ ସଙ୍ଖଧ୍ୱନୀ, ତାଳି, କିର୍ତ୍ତନ, ମୣଦଙ୍ଗ ଏଵଂ ମାଁ ଓ ଭଉଣୀଙ୍କ ହୁଳହୁଳିରେ ପବିତ୍ର ମହେନ୍ଦ୍ର ମାଟି ପ୍ରକମ୍ପିତ ହେଲା। ଏଥିଦ୍ୟାରା ମହେନ୍ଦ୍ର ମେଳାର ଭକ୍ତିମୟ ପରିବେଶ ଆହୁରି ଉତ୍ସାହିତ ଓ ଉଲ୍ଲାସିତ ହୋଇଉଠିଥିଲା!