ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି
ଶାବର ଶ୍ରୀକ୍ଷେତ୍ର କୋରାପୁଟର ପବିତ୍ର ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବଡ଼ଦାଣ୍ଡରେ ତିନିଟି ରଥକୁ ଶେଷ ସ୍ପର୍ଶ ଦିଆଯାଉଛି। ରଥ ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ସୁବିଧା ଓ ଅନ୍ୟାନ୍ୟ ଆବଶ୍ୟକ ପ୍ରସ୍ତୁତିକୁ ନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ଚୂଡ଼ାନ୍ତ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି।
ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏହି ପବିତ୍ର ଯାତ୍ରାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳୁଛି।
#Openlensnews #VoiceOfKoraput #Koraput #RathYatra #SabaraSrikhetra