ପାରଳାଖେମୁଣ୍ଡି: ଗୁରାଣ୍ଡି ବଡ଼ଗାଁ ନିକଟରେ ହାଇୱା ଧକ୍କାରେ ୨ ମୃତ, ଜଣେ ଆହତ
ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ବଡ଼ଗାଁ ଛକରେ ହାଇୱା ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଛିଡ଼ା ହୋଇଥିବା ଏକ ଅଟୋକୁ ହାଇୱା ଧକ୍କା ଦେବାରୁ ଦୋକାନୀ ଓ ଅନ୍ୟ ଜଣଙ୍କର ଜୀବନ ଯାଇଛି। ଏହି ଦୁର୍ଘଟଣାରେ ଆଉ ଜଣେ ଆହତ ହୋଇଛନ୍ତି।