୯୦ ବର୍ଷ ବୟସରେ ବି ଭତ୍ତା ପାଇଁ କାନ୍ଦୁଛନ୍ତି ବୃଦ୍ଧ, ୮ ମାସ ହେଲା ମିଳୁନି ଭତ୍ତା!
ଓଡ଼ିଶାର ବାସୁଦେବପୁର ବ୍ଲକ୍ରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଦୃଶ୍ୟ। ୯୦ ବର୍ଷୀୟ ଜଣେ ବୃଦ୍ଧା ପେନ୍ସନ୍ କାର୍ଯ୍ୟାଳୟ ସାମ୍ନାରେ ବସି କାନ୍ଦୁଛନ୍ତି। ତାଙ୍କ କହିବା ଅନୁସାରେ, ୮ ମାସ ହେଲା ତାଙ୍କୁ ଭତ୍ତା ମିଳୁନାହିଁ। ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଯାଉଛନ୍ତି, ହେଲେ ଖାଲି ହାତରେ ଫେରୁଛନ୍ତି।