ଚମ୍ପୁଆ: କେନ୍ଦୁଝରରେ ପାର୍ବତୀଗିରି ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ, ଉପକୃତ ହେବେ ଚାଷୀ
କେନ୍ଦୁଝରର ରାଇକଳାଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୧୧୮ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ୪,୭୮୨ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ।