ରାସ୍ତା ନା ପୋଖରୀ? କେବେ ସୁଧୁରିବ ବୌଦ୍ଧ ବ୍ଲକ ରକସା ହରିଜନ ସାହି ରାସ୍ତା?
ବୌଦ୍ଧ ବ୍ଲକ ଅନ୍ତର୍ଗତ ରକସା ହରିଜନ ସାହିର ମୁଖ୍ୟ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଏଭଳି ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି, ଯାହା ପୋଖରୀର ଭ୍ରମ ସୃଷ୍ଟି କରୁଛି।
ଏହି ଗୋଟିଏ ରାସ୍ତା ଉପରେ ପ୍ରାୟ ୧୦ ଖଣ୍ଡ ଗ୍ରାମର ଲୋକେ ଯାତାୟାତ ପାଇଁ ନିର୍ଭର କରନ୍ତି। ଗାତ ଏବଂ କାଦୁଅ ଯୋଗୁଁ ଦୈନନ୍ଦିନ ଯାତାୟାତରେ ଜୀବନ ବାଜି ଲଗାଇବାକୁ ପଡ଼ୁଛି।
ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ରାସ୍ତା ମରାମତି ପାଇଁ ପଦକ୍ଷେପ ଗ୍ରହଣ କରୁ।
#Boudh #Raksa #RoadIssue #PublicGrievance #OdishaNews #DistrictAdministration #ArgusNews
Baudh Sadar, Boudh (Bauda) | Jul 26, 2026