କୁଜଙ୍ଗ: ପାରାଦୀପରେ ସତର୍କତା ସଚେତନତା ସପ୍ତାହ: ଦୁର୍ନୀତି ବିରୋଧରେ ହେଲା ଷ୍ଟ୍ରିଟ୍ ପ୍ଲେ
ସତର୍କତା ସଚେତନତା ସପ୍ତାହ 2026 ଅବସରରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ହୋଇଛି ସଚେତନତା କାର୍ଯ୍ୟକ୍ରମ। ଅଠରବାଙ୍କିରେ କାନମାସ୍ ସଂଗଠନ ପକ୍ଷରୁ 'ଏପାଟା ଦେଖ, ସେପାଟେ ଦେଖ' ଶୀର୍ଷକ ଷ୍ଟ୍ରିଟ୍ ନାଟକ ମାଧ୍ୟମରେ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ବାର୍ତ୍ତା ଦିଆଯାଇଛି।