ଆଜି ପୂର୍ବାହ୍ନ ୧୦ଟାରେ କୋଣାର୍କ ପ୍ରେସ କ୍ଳବ୍ ପକ୍ଷରୁ କୋଣାର୍କ ଉତ୍ସବର ତୃତୀୟ ଦିନରେ ବେଳାଭୂମି ପଦଯାତ୍ରା ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଲବ ସଭାପତି ଜ୍ୟୋତିରାଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ବେଳାଭୂମି ଠାରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ପଦଯାତ୍ରା ସହ ସଫେଇ କରାଯାଇଥିଲା। ଏହି ଅବସରରେ କାର୍ଯ୍ୟକ୍ରମ ରେ ସାମିଲ ହୋଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଅଞ୍ଚଳର ସାମାଜିକ କର୍ମୀ।