ବାମରା ନିକଟ ମେଢେଶ୍ୱର୍ ମନ୍ଦିର ରେ ଶିବରାତ୍ରି ଯାତ୍ରା ଲାଗିଥିବା ବେଳେ ସୋମବାର ଦିନ ବଡ଼ଗାଁ ଥାନା କୁସୁନା ଗ୍ରାମର ନରେଶ ଜୟପୁରିଆ ଏକ ଆପାଚି ବାଇକ୍ ଯୋଗେ ଯାତ୍ରା ଦେଖିବା ପାଇଁ ଯାଉଥିବା କ୍ରମରେ ସେ ରାସ୍ତା କଡ଼ରେ ଥିବା ଏକ ଗଛ ରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଘଟଣାସ୍ଥଳ ରେ ହିଁ ତାଙ୍କ ମୃତ୍ଯୁ ହୋଇଥିବା ସୂଚନା ରହିଛି। ମୃତକଙ୍କ କାକାଙ୍କ ଲିଖିତ ଅଭିଯୋଗ କୁ ଆଧାର କରି ଧାରୁଆଡିହି ପୋଲିସ ସନ୍ଧ୍ୟା ୬ ଟାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇ ଥିବା ସୂଚନା ରହିଛି।