ଦିଶା ବୈଠକରେ କୋରାପୁଟ ସାଂସଦ, ନବରଙ୍ଗପୁର ସାଂସଦ, କୋରାପୁଟ ବିଧାୟକ, ଜୟପୂର ବିଧାୟକ, କୋଟପାଡ଼ ବିଧାୟକ, ପଟ୍ଟାଙ୍ଗି ବିଧାୟକ, ଲକ୍ଷ୍ମୀପୁର ବିଧାୟକ ଏବଂ କୋରାପୁଟ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ। କିନ୍ତୁ ଜିଲ୍ଲାରେ ବର୍ତ୍ତମାନ ରବି ମଣ୍ଡି ଚାଲିଥିବା ବେଳେ ଚାଷୀ କୁଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ କୌଣସି ନେତା ଏବଂ ପ୍ରଶାସକ ମତ ନରଖିଥିବା ହେତୁ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ଉଦବେଗ ପ୍ରକାଶ କରିଛନ୍ତି।