କୋରାପୁଟ ସହର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ ସ୍ଥିତ ସୁନାବେଡ଼ା କେମ୍ପସ ପରିଦର୍ଶନ କଲେ ରାଜ୍ୟପାଳ
ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି କୋରାପୁଟ ଗସ୍ତରେ ଥିବାବେଳେ ମଙ୍ଗଳବାର ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ ସ୍ଥିତ ସୁନାବେଡ଼ା କେମ୍ପସ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡାଙ୍କ ସହ କର୍ମଚାରୀ ଉପସ୍ଥିତ ରହି ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ଆଜି ଦିନ ୧୨ଘଣ୍ଟା ପର୍ଯ୍ୟନ୍ତ ପରିସର ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ, ଚାଲିଥିବା ନୂତନ କୋଠା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅଗ୍ରଗତି ପଚାରି ବୁଝିଥିଲେ ରାଜ୍ୟପାଳ ।