ରାଉରକେଲା ମ୍ୟୁନିସିପାଲଟି: ବେପାରବାହୀ "ମୋ ବସ" ସାମ୍ନା ପଟୁ ଧକ୍କା ଦେଲା କାରକୁ....
ମାର୍ଚ୍ଚ ୧୬ ତାରିଖ ଟାଙ୍ଗରପାଲ୍ଲୀ ଥାନାର ସୂଚନା ଅନୁଯାୟୀ ସକାଳ ପ୍ରାୟ ୯ଟା ବେଳେ ଦକ୍ଷିଣରାଉରକେଲାର ସାରନଗରୀ ଗଞ୍ଜୁମାର୍କେଟର ଏକ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ଏକ ମାରୁତି ସୁଜୁକି କାରର ମାଲିକ ଦୋକାନ ଭିତରକୁ ଯାଇଥିବା ବେଳେ, ରାଉରକେଲାରୁ ସାରନଗରୀ ଅଭିମୁଖେ ଆସୁଥିବା "ମୋ ବସ" କାରଟିକୁ ସାମ୍ନା ପଟୁ ଧକା ମାରିଥିଲା, ଫଳରେ କାରଟିର ସମୁଖ ଭାଗ ସମ୍ପୂର୍ଣ ନଷ୍ଟ ହୋଇଯାଇଛି, ଖବର ପାଇ ଟାଙ୍ଗରପଲ୍ଲୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି "ମୋ ବସ " କୁ ଜବତ କରି, ତଦନ୍ତ ଚଳାଇଛନ୍ତି