ବଡ଼ସାହି ଥାନା ଅଧୀନ ହରିପୁର ଗ୍ରାମରେ ସଂଘବଦ୍ଧ ଭାବରେ ମାରଣାନ୍ତକ ଆକ୍ରମଣ କରି ଗୁରୁତର କରିପକାଇବା ଘଟଣାରେ ମଙ୍ଗଳବାର ରାତି ସାଢେ ୯ଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବଡ଼ସାହି ପୁଲିସ l ଏତଲାକାରିଣୀ ହରିପୁର ଗ୍ରାମର ଶୁକଦେବ ମଣ୍ଡଳଙ୍କ ସ୍ତ୍ରୀ ମାତଙ୍ଗିନୀ ମଣ୍ଡଳଙ୍କ ଅଭିଯୋଗ ମୁତାବକ ମାତଙ୍ଗିନୀଙ୍କ ଶାଶୁ ସବିତା ମଣ୍ଡଳ ପରିବା ବାଡି଼କୁ ପାଣି ମାଡାଇବାକୁ ଯାଉଥିବା ବେଳେ ଆନନ୍ଦ ବେରାଙ୍କ ପରିବାର ସଂଘବଦ୍ଧ ଆକ୍ରମଣ କରିଥିଲେ