#କେନ୍ଦୁଝର_ପହଞ୍ଚିଲେ_ବିଜେଡିର_ପ୍ରତିନିଧି_ମଣ୍ଡଳୀ#
ବିଜୁ ଜନତା ଦଳ,ଓଡିଶା ର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍ କୋଡ଼ିପଶା ଗ୍ରାମରେ ପହଞ୍ଚି ତାମିଲନାଡୁ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍ୱର୍ଗତ ଫୁଲମଣି ଜୁଆଙ୍ଗ ଓ ସ୍ୱର୍ଗତ ସଜନୀ ଜୁଆଙ୍ଗଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ଗଭୀର ସମବେଦନା ଜଣାଇଥିଲେ।ଏହି ଦୁଃଖଦ ଘଟଣା କେବଳ ଦୁର୍ଘଟଣା ନୁହେଁ, ବରଂ ରାଜ୍ୟ ସରକାରଙ୍କ ଦାଦନ ସମସ୍ୟା ରୋକିବାରେ ବିଫଳତାର ଏକ ନଗ୍ନ ଚିତ୍ର ହୋଇଥିବା ବେଳେ ଆଦିବାସୀ ଅଞ୍ଚଳର ଯୁବକ ଯୁବତୀମାନେ ଜୀବିକାର ସନ୍ଧାନରେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି, ଏବଂ ସେହି ଅବହେଳାର ପରିଣାମ ସେମାନଙ୍କୁ ଜୀବନ ଦେଇ ଭୋଗିବାକୁ ପଡ଼ୁଛି ବୋଲି କହିଛି ବିରୋଧୀ ଦଳ। ତେଣୁ ରାଜ୍ୟ ସରକାରଙ୍କୁ ଆମର ସ୍ପଷ୍ଟ ଦାବି ଆଦିବାସୀ ଝିଅମାନଙ୍କ ପାଇଁ ସ୍ଥାନୀୟ ସ୍ତରରେ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରନ୍ତୁ, ଦାଦନ ପ୍ରଥାକୁ କଠୋର ଭାବେ ନିୟନ୍ତ୍ରଣ କରନ୍ତୁ, ଏବଂ ଏହି ଦୁର୍ଘଟଣାର ସମସ୍ତ ପୀଡ଼ିତ ପରିବାରଙ୍କୁ ନ୍ୟାୟ, ଉପଯୁକ୍ତ କ୍ଷତିପୂରଣ ଓ ସୁରକ୍ଷା ପ୍ରଦାନ କରାଯାଉ।।।
Baripada Town, Mayurbhanj | Jul 10, 2026