ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ଶୈବପୀଠରେ ମହା ଶିବରାତ୍ରି ପାଳିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍ଏସି ଏବଂ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରତ୍ୟେକ ଶିବ ମନ୍ଦିରରେ ରବିବାର ସଂଧ୍ୟାରେ ମହା ସମାରୋହରେ ମହାଶିବରାତ୍ରି ପାଳିତ ହୋଇଯାଇଛି। ଫାଲଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଦେବ ଦେବ ମହାଦେବ ଙ୍କ ଧୁମଧାମରେ ମହାଶିବରାତ୍ରି ପାଳିତ ହେଇଥାଏ। ଏଥିରେ ରେଢ଼ାଖୋଲ ଏନ୍ଏସି ଓ ରେଢ଼ାଖୋଲ , ଯୁଯୁମୁରା ଓ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ମୁଖ୍ୟତଃ ଶୈବପୀଠ ରେଢ଼ାଖୋଲ ସ୍ଥାନୀୟ ବାବା କାଶୀ ବିଶ୍ଵନାଥ, ବୃନ୍ଦାବନ ବିହାର ଶୈବ ପୀଠ, ଚାରମାଳ ସ୍