ଜୟପୁର : ଟାଉନ ପୋଲିସ ଦ୍ବାରା ୪୦୩ ଗ୍ରାମ ବ୍ରାଉନ ସୁଗର ଜବତ । ଏହାର ବଜାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ । ଏହି କାରବାରରେ ଜଡିତ ଥିବା ୬ଜଣ ଆନ୍ତଃଜିଲା ନିଶା କାରବାରୀ ଗିରଫ । ଏମାନଙ୍କ ଘର କୋରାପୁଟ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର ଏସଡିପିଓ ।ଏମାନେ ବିଭିନ୍ନ ସ୍ଥାନକୁ ବୁଲି ଏପରି ନିଶା କାରବାର କରନ୍ତି । ଏମାନଙ୍କ ନାଁରେ ମଧ୍ୟ ପୂର୍ବରୁ ଅପରାଧୀକ ମାମଲା ରହିଛି । ଗତକାଲି ଏମାନେ ଜୟପୁରରେ ବ୍ରାଉନ ସୁଗର ବିକ୍ରି କରିବାକୁ ଯୋଯନା କରୁଥିବା ସମୟରେ ପୋଲିସ ଖବର ପାଇ ଏମାନଙ୍କୁ କାବୁ କରିଛି। ଏମାନଙ୍କ ଠାରୁ ମାରଣାସ୍ତ୍ର ସହ ୮ଟି ମୋବାଇଲ, ଗୋଟିଏ କାର ଏବଂ ୨୦ ହଜାର ନଗଦ ଟଙ୍କା ଜବତ କରିଛି ପୋଲିସ ।ପାର୍ବଣ ପୂର୍ବରୁ ନିଶା କାରବାରୀଙ୍କ ଉପରେ ପୋଲିସର ଏହା ବଡ ଆକ୍ସନ ।