ଧର୍ମଶାଳା: ସୁଭଦ୍ରା ଶକ୍ତି ଭବନରେ ପାଳିତ ହେଲା ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-2026
ଆଜି ସୁଭଦ୍ରା ଶକ୍ତି ଭବନରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-2026 ପାଳିତ ହୋଇଯାଇଛି। 'ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବ ବିବିଧତା' ବିଷୟବସ୍ତୁକୁ ନେଇ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା।