ବାରିପଦା ସଦର: ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ବଢ଼ିଲା ଦାବି
ମୟୂରଭଞ୍ଜର ବିଧାୟକମାନଙ୍କ ସହ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି 'ହୋ' ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ଭାଷାର ସଂରକ୍ଷଣ ଓ ପ୍ରସାର ପାଇଁ ସାମ୍ବିଧାନିକ ସ୍ୱୀକୃତି ନିହାତି ଆବଶ୍ୟକ ବୋଲି ଦାବି କରାଯାଇଛି।