ଦେବଗଡ: ଗୋପାଳଜୀଉ ମନ୍ଦିରରେ 7 ଦିନ ବ୍ୟାପି ଆୟୋଜିତ ଭାଗବତ ପାରାୟଣ ଉଦଯାପିତ
ଦେବଗଡ଼ ଗୋପାଳଜୀଉ ମନ୍ଦିରରେ ଅନୁଷ୍ଠିତ ଭାଗବତ ପାରାୟଣ ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଉଦଯାପିତ ହୋଇଯାଇଛି। ଭାଗବତ ସମିତି, ଗୋପାଳଜୀଉ ମନ୍ଦିର ଟ୍ରଷ୍ଟ ତଥା ବଜରଙ୍ଗ ମଣ୍ଡପ ମିଳିତ ଆନୁକୁଲ୍ୟରେ ୭ ଦିନ ବ୍ୟାପି ଭାଗବତ ମହାପୁରାଣ ପାରାୟଣ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ବ୍ଯାସ ନୀଳମାଧବ ନାୟକ ଭାଗବତ ପାଠ କରିଥିଲେ। ଶ୍ରୀ ମହନ୍ତ ମହାରାଜ ବଂଶୀଧର ଦାଶ ଯୋଗଦେଇ ଥିବା ବେଳେ ଶତାଧିକ ଭକ୍ତ ତାଙ୍କ ଠାରୁ ଆଶୀର୍ବାଦ ଲାଭ କରିଥିଲେ। ମନ୍ଦିର ପୂଜକ ରାଜେଶ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଉଦଯାପନୀ ଦିବସରେ ଶତାଧିକ ଭକ୍ତଙ୍କର ସମାଗମ ହୋଇଥିଲା।