ଟିଟିଲାଗଡ: ଟିଟିଲାଗଡ଼ ରଘୁନାଥ ପଡ଼ା ରାଧା କୃଷ୍ଣ ମନ୍ଦିରରେ ଦେବ ଦୀପାବଳୀ ଉତ୍ସବ ପାଳିତ - ଯୋଗଦେଲେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ
ଟିଟିଲାଗଡ ରଘୁନାଥ ପଡ଼ା ରାଧାକୃଷ୍ଣ ମନ୍ଦିରରେ ଦେବ ଦୀପାବଳୀ ଉତ୍ସବ ପ୍ରତି ବର୍ଷର ପରମ୍ପରା ଅନୁସାରେ ଏହି ବର୍ଷ ମଧ୍ୟ ଦେବ ଦୀପାବଳିର ପବିତ୍ର ଉତ୍ସବ ଟିଟିଲାଗଡ ରଘୁନାଥ ପଡ଼ାର ଶ୍ରୀ ରାଧା କୃଷ୍ଣ ମନ୍ଦିରରେ ଆଜି ସନ୍ଧ୍ୟା ୭ ଟାରୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଭକ୍ତ ମାନେ ନିଜ ନିଜ ଘରୁ କିଏ ୫ ଟି ତ କିଏ ୧୧ ଟି ଦୀପ ନେଇ ପହଞ୍ଚି ଥିଲେ। ତାପରେ ଏହି ପବିତ୍ର ଦେବ ଦୀପାବଳୀ ଅବସରରେ ଅଂଶଗ୍ରହଣ କରି ଧର୍ମଲାଭ ଅର୍ଜନ କରିବା ସହ ଏହି ଉତ୍ସବକୁ ପାଳନ କରିଥିଲେ।