Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ସୋର: ତଳନଗର ରେଳ ଓଭରବ୍ରିଜ ନିକଟରେ ଲୁଟ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତକୁ ଗିରଫ କଲା ସୋର ପୁଲିସ

Soro, Balasore | Dec 17, 2025
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ରେଳ ଓଭରବ୍ରିଜ ନିକଟରେ ଲୁଟ ଉଦ୍ୟମ କରୁଥିବା ବେଳେ ଜଣେ ଲୁଟେରାକୁ ସୋର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ସ୍ଥାନରେ ବାସୁଦେବପୁର ଥାନା ନେଉଣ୍ଡିଆସାହି ଗ୍ରାମର ଯୁଧିଷ୍ଠିର ସେଠୀ ଜାତୀୟ ରାଜପଥରେ ଲୁଟ ଉଦ୍ୟମ କରୁଥିବା ଖବର ପାଇ ସୋର ପୁଲିସ ଚଢ଼ାଉ କରିଥିଲା। ଫଳରେ ଯୁଧିଷ୍ଠିର ସେଠାରୁ ଖସି ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାକୁ ଏକ ତେଲେଙ୍ଗା କଟୁରୀ ସହିତ କାବୁ କରିବାକୁ ସକ୍ଷମ ହୋଇଥିଲା। ଫଳରେ ପୁଲିସ ତାକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ପୁଲିସ ଗିରଫ କରିଥିଲା