ଅଚାନକ ଆସିଲା ପାଣି, ଭସାଇ ନେଲା କାର। କାର ଭିତରେ ଦୁଇ ଜଣ ଫଶି ରହିଲେ ଦୁଇ ଘଣ୍ଟା। ଏଭଳି ଘଟଣା ଘଟିଛି ଉଦଳା ଥାନା ନହରପଦା ଗ୍ରାମରେ। ଦୁଷ୍ମନ୍ତ ଦେଶାରୀ ଏବଂ ଅନ୍ୟ ଜଣେ ଏକ କାରରେ ନହରପଦା ଗ୍ରାମକୁ ଯାଉଥିଲେ। ହେଲେ ଅଚାନକ ରାସ୍ତାରେ ପାଣି ପ୍ରବାହିତ ହୋଇଥିଲା, ଯାହା ଫଳରେ ଗାଡି ଟି ସୁଅରେ ବୁଲିଯାଇଥିଲା। ତା ପରେ ଗାଡିଟି ପାଣିରେ ବୁଡି ରହିଥିଲା। ଦୀର୍ଘ ସମୟ ପରେ ଗ୍ରାମବାସୀ ମାନେ ଏହା ଦେଖିପାରି ଆସି କାରଟିକୁ ଭରା ପାଣିରୁ ବାହାରକୁ ଆଣିଥିଲେ। କାରରେ ଥିବା ଦୁଇ ଜଣ ଦୁଇ ଘଣ୍ଟା ଧରି ଫଶି ରହିବା ପରେ ସୁରକ୍ଷିତ ଅବସ୍ଥାରେ ବାହାରିଛନ୍ତି।
#udala #watercamesuddenly #Carsweptaway #liveincident #viralreport #angulexpress #Odisha
Anugul, Angul | Sep 26, 2026