କାକଟପୁର: କୋଣାର୍କ ମିନା ବଜାର ପଡିଆ ନିକଟ ଜଙ୍ଗଲରେ ଅଗ୍ନିକାଣ୍ଡ, ଆୟତ୍ତ କଲା ଚମ୍ପାହର ଅଗ୍ନିଶମ ବିଭାଗ, ପ୍ରତିକ୍ରିୟା ରଖିଲେ ଅଗ୍ନିଶମ ଅଧିକାରୀ
ଆଜି ମଧ୍ୟାହ୍ନ ଗୋଟାଏରେ କୋଣାର୍କ ଉତ୍ସବର ଚତୁର୍ଥ ଦିନରେ ମିନା ବଜାର ପଡିଆ ନିକଟରେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ନିକଟରେ ପଡ଼ିଆରେ ପଡ଼ିଥିବା ମିନା ବଜାର ଓ ଅପେରା ପାର୍ଟି ଲୋକମାନଙ୍କ ମଧ୍ୟରେ ଭୟ ଦେଖାଦେଇଥିଲା। ଖବର ପାଇ ଚମ୍ପାହର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ଦୀର୍ଘ ୧, ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଏନେଇ ଘଟଣା ସ୍ଥଳରେ ପ୍ରତିକ୍ରିୟା ରଖିଛନ୍ତି ଅଗ୍ନିଶମ ଅଧିକାରୀ ତପନ କୁମାର ମହାନ୍ତି।