ନିମାପଡା: ଗୋପ ଥାନା ଅନ୍ତର୍ଗତ ପ୍ରଧାନ ସାହି ସ୍କୁଲ ନିକଟରେ ସୁଚନା ଅଧିକାର କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ଅଭିଯୋଗ, ପୋଲିସର ତଦନ୍ତ ଜାରି
Nimapada, Puri | Oct 9, 2025 ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ଥାନା ପ୍ରଧାନ ସାହି ସ୍କୁଲ ନିକଟରେ କେତକୀ ପାଟଣା ଗ୍ରାମର ସୁଚନା ଅଧିକାର କର୍ମୀ ନୃସିଂହ ପରିଡ଼ାଙ୍କୁ ୪ଜଣ ଦୃର୍ବୁତ୍ତ ଗତକାଲି ସଂଧ୍ୟା ୬ଟାରେ ଆକ୍ରମଣ କରିଥଲେ। ଆକ୍ରମଣରେ ନୃସିଂହଙ୍କ ଶରୀରରେ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ନୃସିଂହଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିମାପଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଆଜି ସଂଧ୍ୟା ୬ଟାରେ ପରିବାର ଲୋକେ ଗୋପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।