ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ୱରରେ ଥିବା ଫଳ ଗୋଦାମର କବାଟ ଭାଙ୍ଗି ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଉତ୍ତରେଶ୍ୱରରେ ଥିବା ଫାଇଜାନ ଫ୍ରୁଟ କମ୍ପାନୀ ଦୋକାନର ମାଲିକ ସେକ ସୁଲତାନ ଗତକାଲି ରାତିରେ ଦୋକାନ ବନ୍ଧ କରି ଯାଇଥିଲେ। କିନ୍ତୁ ଆଜି ସକାଳେ ତାଙ୍କ ପୁଅ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନ କବାଟ ଭାଙ୍ଗି ଦୋକାନ ମଧ୍ୟରେ ପଶି ଚୋର ମାନେ କେସ ଡ୍ରୟାରରେ ଥିବା ନଗଦ ୧୦ ହଜାରରୁ ଉର୍ଧ୍ଵ ଟଙ୍କା ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ।ଏ ବାବଦରେ ବାପା ସୁଲତାନଙ୍କୁ ଜଣାଇବା ପରେ ମଧ୍ୟାହ୍ନରେ ସେ ସୋର ଥାନାରେ ଅଭିଯୋଗ କରିଥିଲେ।