ପାରଳାଖେମୁଣ୍ଡି: ଗୋଷାଣି ବ୍ଲକ ଚାଷୀଙ୍କ ପାଇଁ ଖୁସି ଖବର: ଆସିବ ବଂଶଧାରା ନଦୀର ଜଳ, ସର୍ଭେ ଆରମ୍ଭ
ଗୋଷାଣି ବ୍ଲକର ଚାଷୀଙ୍କ ପାଇଁ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସରକାରୀ ପ୍ରୟାସ। ବଂଶଧାରା ନଦୀରୁ କେନାଲ୍ ମାଧ୍ୟମରେ ପାଣି ଯୋଗାଇବା ପାଇଁ ଆରମ୍ଭ ହେଲା ସର୍ଭେ କାର୍ଯ୍ୟ। ହଜାର ହଜାର ଚାଷୀ ଓ ଦଶ ହଜାରରୁ ଅଧିକ ଏକର ଜମି ଉପକୃତ ହେବାର ଆଶା।