ସୁନ୍ଦରଗଡ ସହର: ଆଜି ମଧ୍ୟରାତ୍ରୀରେ ଟାଉନ ପୋଲିସ ଦ୍ବାରା ଭୋଜ ପୁର ନିକଟରୁ ଚୋରା ଚାଲାଣ କରୁଥିବା ବାଲି ବୋଝେଇ ହାଇୱା ଜବତ
ଆଜି ଡିସେମ୍ବର 3 ତାରିଖ ବୁଧବାର ମଧ୍ୟାରାତ୍ରୀ ରାତି ପ୍ରାୟ 1:45 ପାଖାପାଖି ସମୟରେ ଟାଉନ ପୋଲିସ ଭୋଜପୁର ନିକଟରୁ OD - 19K-1120 ନମ୍ବର ବିଶିଷ୍ଟ ଚୋରା ବାଲି ବୋଝେଇ ହାଇୱା ଜବତ କରିବା ସହ ତାର ଚାଳକକୁ ଥାନାରେ ଅଟକ ରଖିଛନ୍ତି। ଏହି ଚୋରା ଚାଲାଣ ନେଇ ଟାଉନ ଥାନା ଅଧିକାରୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ସେହି ଖବର ଅନୁଯାୟୀ ଟାଉନ ଥାନା ଅଧିକାରୀ ଓ ତାଙ୍କ ଟିମ ଭୋଜପୁର ନିକଟରେ ଏହି ବାଲି ବୋଝେଇ ହାଇୱାକୁ ଜବତ କରି ଥାନାକୁ ଆଣିଥିଲେ। ତେବେ ଏ ନେଇ ଟାଉନ ଥାନା ଅଧିକାରୀ ଡେପୁଟି ଡାଇରେକ୍ଟର ମାଇନ୍ସ କୁ ଅବଗତ କରିବା ପରେ ମାଇନ୍ସ ବିଭାଗ ସନ୍ଧ୍ୟା 7 :45 ପାଖାପାଖି ସମ