ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ: 4 ଜଣଙ୍କୁ ଅଟକ ରଖିଲା ପୋଲିସ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ରାଣୀପେଣ୍ଠା ଛକରେ ମଦ୍ୟପାନ କରି ଉପଦ୍ରବ କରୁଥିବା 4 ଜଣଙ୍କୁ ପୋଲିସ ଅଟକ ରଖିଛି। ସେମାନଙ୍କ ବିରୋଧରେ ଧାରା 292 BNSS ଅନୁଯାୟୀ ଅଦାଲତରେ ପ୍ରୋସିକ୍ୟୁସନ୍ ରିପୋର୍ଟ ଦାଖଲ କରାଯାଇଛି। ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସର ପାଟ୍ରୋଲିଂ ଜାରି ରହିବ।