ସମ୍ବଲପୁର ମ୍ୟୁନିସିପାଲଟି: ସାଲେଟିକ୍ରା ଗ୍ରାମବାସୀ ଫସଲ ବଞ୍ଚାଇବା ପାଇଁ ବିଦ୍ୟୁତ ସଂଯୋଗ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ
ଆଜି ସମ୍ବଲପୁର ଜିଲ୍ଲର ସାଲେଟିକ୍ରା ଅଞ୍ଚଳବାସି ଫସଲ ବଞ୍ଚାଇବା ପାଇଁ ବିଦ୍ୟୁତ ସଂଯୋଗ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅଞ୍ଚଳବାସି କହିଛନ୍ତି ଯେ କିଛି ଦିନ ଆଗରୁ ସାଲେଟିକ୍ରା ଅଞ୍ଚଳରେ ଚାଷଜମିରେ ଉଠାଜଳସେଚନ ପାଇଁ ଉଦ୍ଧିଷ୍ଟ ଥିବା ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ତା'ର ଚୋରୀ ହେବାପରେ ବିନା ବିଦ୍ୟୁତରେ ଚାଷକାର୍ଯ୍ୟ ହୋଇପାରୁନାହିଁ।ଏଣୁ ଫସଲ ବଞ୍ଚାଇବା ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ତାର ଯୋଗାଇବା ପାଇଁ ଅଞ୍ଚଳବାସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଦାବି କରିଛନ୍ତି।