ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତୀକ ମହିଳା ଦିବସକୁ ନେଇ ସ୍ୱତନ୍ତ୍ର କର୍ମଶାଳା,
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀକ ମହିଳା ଦିବସ ଉପଲକ୍ଷେ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ନନ୍ଦ, ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଏଫଆଇସି ଶିବପ୍ରସାଦ ବେହେରା, ଏଡ୍ ଏଡ୍ ଆକ୍ସନ ପକ୍ଷରୁ ସୁନିତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ମୁଖ୍ୟତଃ ସମ୍ବଲପୁର ଜିଲ୍ଲାର ଏନଜିଓ ମାନଙ୍କୁ ନେଇ ମହିଳା ସଶକ୍ତିକରଣ ଓ ଡିଜିଟାଲ ସାକ୍ଷରତା, ବିଭିନ୍ନ ସରକାରୀ ଯୋଜନା ସଫଳ ରୁପାୟନକୁ ନେଇ ଆଲୋଚନା କରାଯାଇଥିଲା।